ଜାତୀୟ ଯୁବା ଦିବସରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତ୍ରିରଙ୍ଗା ସେବା ସଂଘର ଅଭିନବ ପ୍ରୟାସ

 

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତ୍ରିରଙ୍ଗା ସେବା ସଂଘ ଦ୍ୱାରା ଆଜି ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବା ଦିବସ ଅବସରରେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ(ସ୍ଵୟଂଶାସିତ) ହିଞ୍ଜିଳିକାଟୁ ରେ ଏକ ମାଗଣା ରକ୍ତ ପରୀକ୍ଷା ଶିବିର ଆୟୋଜନ କରାଯାଇଛି।ଏହାକୁ ସ୍ଥାନୀୟ ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଯୁବୁଲି ଚରଣ ବେହେରା ଉଦଘାଟନ କରିଥିଲେ ।ରକ୍ତଦାନ କରି ଅନ୍ୟର ଜୀବନର ସ୍ପନ୍ଦନକୁ ଜାରି ରଖିବାରେ ଥାଏ ଅପୂର୍ବ ଆନନ୍ଦ, ଏମିତି ଅନେକ ଜୀବନର ସ୍ପନ୍ଦନ ମିଶି ବିଶ୍ଵ ଆଜି ସ୍ପନ୍ଦିତ ହେଉଛି।ଏହିଭଳି ମହାନ୍ ଚିନ୍ତାଧାରା ନେଇ ଗତ ୨୦୦୪ ମସିହାରୁ ଅଦ୍ୟାବଧି ସଂଘ ରକ୍ତଦାନ କ୍ଷେତ୍ରରେ ସାମାଜିକ କର୍ତ୍ତବ୍ୟ ଉପଯୁକ୍ତ ଭାବେ ଆ ନିର୍ବାହ କରିଆସୁଛି।କିନ୍ତୁ; ଏହି କ୍ଷେତ୍ରରେ ପାଦେ ଆଗକୁ ବଢିବାର ପ୍ରୟାସ ନେଇ ସମଗ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ମାଗଣା ରକ୍ତ ପରୀକ୍ଷା କରିବା ଚିନ୍ତାଧାରା ସଂଘର ମହାନତାକୁ ଅଧିକ ରୁଦ୍ଧିମନ୍ତ କରିଛି।ସଂଘ ସଭାପତି ରଂଜନ ସାହୁ ଙ୍କ ମତ ଅନୁଯାୟୀ,ଏହାଦ୍ବାରା ତୃଣମୂଳ ସ୍ତରରୁ ନୂତନ ରକ୍ତଦାତା ସୃଷ୍ଟି କରାଯିବା ସହିତ ବିରଳ ରକ୍ତଧାରୀଙ୍କୁ ଚିହ୍ନଟ କରିବାରେ ଏହା ଅଧିକ ସହାୟକ ହେବ।ଯାହା ଆଗାମୀ ଭବିଷ୍ୟତରେ ସମାଜରେ ଦେଖାଯିବାକୁ ଥିବା ରକ୍ତ ସଂଙ୍କଟକୁ ସହଜରେ ଦୂର କରିପାରିବ ବୋଲି ସଂଘ କର୍ମକର୍ତ୍ତା ବୃନ୍ଦ ଦୃଢ଼ ଆତ୍ମ ବିଶ୍ୱାସ ପ୍ରକାଶ କରିଛନ୍ତି।ଆଜିର କାର୍ଯ୍ୟକ୍ରମରେ ସଂଘର ପ୍ରତ୍ୟେକ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରି ସମସ୍ତ କାର୍ଯ୍ୟକୁ ସଫଳ ରୂପାୟନ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସଂଘର ଏହିଭଳି ଜନ ହିତୈଷି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।ପ୍ରକାଶ ଥାଉକି, ଗତ ୨୦୦୪ ମସିହାରୁ ଅଦ୍ୟାବଧି ସଂଘ ନିଜର ସାମାଜିକ କର୍ତ୍ତବ୍ୟ ପାଳନ ପୂର୍ବକ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ଆସୁଛି,ଏବଂ ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ସଂଘ ସଂପାଦକ କିରଣ କୁମାର ପୃଷ୍ଟି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।ଶେଷରେ ସଂଘ ଉପସଭାପତି ପ୍ରଭାତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Post a Comment