ଜାତୀୟ ଯୁବ ଦିବସ ପାଳିତ

 


କୁକୁଡାଖଣ୍ଡି(ନ୍ୟୁଜ ଓଡିଶା ଲାଇଭ):- କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ କୁକୁଡାଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରେଡ ରିବନ୍ କ୍ଲବ୍ ଦ୍ୱାରା ଜାତୀୟ ଯୁବ ଦିବସ ମୁଖ୍ୟଅତିଥି ମନୋରଂଜନ ପଟ୍ଟନାୟକ , ସମ୍ମାନୀତ ଅତିଥି ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି  l ମୁଖ୍ୟ ଅତିଥି  ମନୋରଂଜନ ପଟ୍ଟନାୟକ ଏବଂ ଅଧ୍ୟାପକ ଶ୍ରୀକାନ୍ତ କୁମାର ପଟ୍ଟନାୟକ ମଞ୍ଚାଷୀନ ଅତିଥି ହୋଇ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଯୁବ ସମାଜ ପାଥେୟ କରି ସମାଜ ର ପ୍ରଗତି ରେ ମୁଖ୍ୟ ଭୂମିକା ନେବା ବିଷୟରେ ମତ ରଖିଥିଲେ। ବିଭୁ, ଅଶ୍ଵିନୀ, ପଲ୍ଲବୀ ପ୍ରଭୃତି ଛାତ୍ର ଛାତ୍ରୀ ଯଥାକ୍ରମେ ବିବେକବାନୀ, ମନ୍ତ୍ରପାଠ ଓ ଶାନ୍ତି ପାଠ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରେଡକ୍ରସ ଉପଦେଷ୍ଟା ବିଭୁ ପ୍ରସାଦ ପାତ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶିବାନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରିସେଶ ରେ ସ୍ୱାମୀଜୀ ଙ୍କ ଜୀଵନ ଆଦର୍ଶ ଉପରେ ହୋଇଥିବା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାଷୀନ ଅତିଥିଙ୍କ ଦ୍ବାରା ପୁରସ୍କୃତ କରଯାଇଥିଲା।ଉକ୍ତ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏବଂ ସ୍ବେଛାସେବୀ ମାନଙ୍କ ସାହାଯ୍ୟରେ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା।

Comments