ସ୍ତ୍ରୀଙ୍କୁ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯ୍ୟାତନା

 

ଭୁବନେଶ୍ୱର(ନ୍ୟୁଜ ଓଡିଶା ଲାଇଭ):-ଉପରକୁ ଦେଖିବାକୁ ବେସ ଭଲ କିନ୍ତୁ ଭିତରେ ଫମ୍ପା I ଅଡୁଆରେ ଓଡ଼ିଆ ଚଳଚିତ୍ର ଜଗତର ନାମିଦାମୀ ସିଙ୍ଗର ହୁମାନ ସାଗର I ଓଡ଼ିଆ ଚଳଚିତ୍ର ଓ ଆଲବମ ଜଗତରେ ଅନେକ ନାମିଦାମୀ ସଂଗୀତ ଗାଈ ଚର୍ଚାକୁ ଆସିଥିବା ହୁମାନ ସାଗର ଏବେ ଅଡୁଆରେ I ନିଜ ସ୍ତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଥାନାରେ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ I ଚଳଚିତ୍ର ଜଗତର ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସୁଥିବା ବେଳେ ଏବେ ସଂଗୀତ ଜଗତରେ ବିବାଦ ସମସ୍ତଙ୍କୁ ଚକିତ କରିଦେଇଛି I ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଠଶିଳ୍ପୀ ହ୍ୟୁମାନସାଗରଙ୍କ ନାଁରେ ତାଙ୍କ ପତ୍ନୀ କରିଥିବା ଅଭିଯୋଗ ପତ୍ରକୁ ମହିଳା ଥାନାକୁ ପଠାଯାଇଛି, ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସଂପର୍କରେ ଅଭିଯୋଗ କରିଛନ୍ତି, ଉଭୟଙ୍କୁ କାଉନସେଲିଂ ପାଇଁ ଥାନାକୁ ଡକାଯିବ: କଟକ ଡିସିପିଙ୍କ ପ୍ରତିକ୍ରିୟା I

Comments