ଲକ୍ଷ ଲକ୍ଷ କେଜି ଗଂଜେଇ ପୋଡି ନଷ୍ଟ କଲା ପୋଲିସ

 

ଶେରଗଡ଼(ନ୍ୟୁଜ ଓଡିଶା ଲାଇଭ):- ପୋଲିସ ବିଭାଗ ଦ୍ୱାରା ଅନେକ ସମୟରେ ବହୁ ପରିମାଣର ଗଂଜେଇ ଜବତ ହୋଇଥାଏ  l ଆଉ ଜବତ ଗଂଜେଇ ଗୁଡିକ ବିଭିନ୍ନ ଥାନା ଇଲାକାର ଅନେକ ସ୍ଥାନ ମାଡି ବସିଥାଏ  l ତେବେ ସେହି ଜବତ ଗଂଜେଇ ଗୁଡିକୁ ପୋଡି ନଷ୍ଟ କରିବା ପାଇଁ ଗଞ୍ଜାମ ପୋଲିସ ବିଭାଗର କାର୍ଯ୍ୟ ଜାରି ରହିଛି  l ଆଉ ଶେରଗଡ଼ ଥାନା ଅରଖପଦା ଚିମିନି ଭାଟିରେ ଆଜି ସୁଦ୍ଧା ଲକ୍ଷ୍ୟ ଲକ୍ଷ୍ୟ କିଲୋ ଗଂଜେଇ ପୋଡା ଯାଉଛି ଲ ଶେରଗଡ଼ ଥାନା ଅରଖପଦା ଗାଁ ର ଖୋଲ ପାହାଡ଼ ନିକଟରେ ଥିବା ଚିମିନି ଭାଟି,ଯେଉଁ ଚିମିନି ଭାଟିରେ ଗଲା ତିନି ମାସ ହେବ କ୍ରମାଗତ ଭାବେ ଗଞ୍ଜାମ, ବ୍ରହ୍ମପୁର ପୋଲିସ ଜିଲ୍ଲାର 39 ଟି ଥାନା ସମେତ ପ୍ରାୟ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲା ର ଥାନା ଗୁଡିକରେ ଜବତ ହେଉଥିବା ଗଂଜେଇ ଗୁଡିକୁ ଏଠି ପୋଡି ନଷ୍ଟ କରାଯାଏ l ତେବେ ଏଭଳି ପଦକ୍ଷେପ ଦକ୍ଷିଣ ଓଡିଶାରେ ପ୍ରଥମ ବୋଲି କୁହାଯାଉଥିବା ବେଳେ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ ରହିବା ପାଇଁ ନବନିଯୁକ୍ତ ଗଞ୍ଜାମ ଏସପି ନିବେଦନ କରିଛନ୍ତି I ଅନ୍ୟପଟେ ଦକ୍ଷିଣାଞ୍ଚଳ ଆଇଜି ମଧ୍ୟ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏହି ବେଆଇନ ଗଂଜେଇ ଚାଷ ହେଉଥିବା ହେତୁ ଏହି ଚାଷକୁ ମୂଳରୁ ମାରିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି l 
ରିପୋର୍ଟ - ରାଜୀବ ପ୍ରଧାନ(ଚ୍ୟାନେଲ କତ୍ତୃପକ୍ଷ)

Comments