ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 

କୁକୁଡାଖଣ୍ଡି,୧୭/୧(ନ୍ୟୁଜ ଓଡିଶା ଲାଇଭ):- କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ କୁକୁଡାଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠ ଦିନ ଧରି ଚାଲିବାକୁ ଥିବା ଛାତ୍ରୀମାନଙ୍କର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ  ମୁଖ୍ୟଅତିଥି ତଥା ଅଧ୍ୟକ୍ଷ ମନୋରଂଜନ ପଟ୍ଟନାୟକ ଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଗଂଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ ର ସଂଯୋଜକ ଡକ୍ଟର ଅମୃତ୍ କୁମାର ସେଠି,  ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କମଳ କୁମାର ପ୍ରଧାନ, ଅଧ୍ୟକ୍ଷ କୁକୁଡ।ଖଣ୍ଡି ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଟ୍ଟନାୟକ ମଞ୍ଚ।ଷିନ ଅତିଥି ହୋଇ ଏହି କାର୍ଯକ୍ରମ ର ଉପାଦେୟତା ଓ ପ୍ରତିକୂଳ ପରିସ୍ଥିତି ରେ କିଭଳି ଛାତ୍ରୀ ମାନେ ନିଜକୁ ସାମ୍ନା କରିବେ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପିକା ଶିବାନୀ ମିଶ୍ର ସଂଯୋଜନା କରିଥିବା ବେଳେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିଭୁ ପ୍ରସାଦ ପାତ୍ର  ଧନ୍ୟବାଦ ଅର୍ପଣ କରିଥିଲେ। ୧୦ ଟି ଗ୍ରୁପ୍ ରେ ସମୁଦାୟ ୨୯୨ ଜଣ ଛାତ୍ରୀ ମାଷ୍ଟର ଟ୍ରେନର ସାଗରିକା ମହାକୁଡ଼ ଓ ସଂଗୀତା ସ୍ୱାଇଁ ତାଲିମ୍ ପ୍ରଦାନ କରିବେ।ଉକ୍ତ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀ ତଥା ସୁଷମା ରାଣୀ ପାତ୍ର, ମନୋସ୍ମିନି ଗୁରୁ, ପ୍ରିତୀ କିଶ୍ୱରି ପାତ୍ର, ପି. ରାଜଲକ୍ଷ୍ମୀ ଇତ୍ୟାଦି, ଅଣଶିକ୍ଷକ କର୍ମଚାରୀ ଏବଂ ସ୍ବେଛାସେବୀ ମାନଙ୍କ ସାହାଯ୍ୟରେ କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା।

Comments