ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ପ୍ରତିବାଦ ସଭା ଅନୁଷ୍ଠିତ

 

ହିଞ୍ଜିଳିକାଟୁ:- ଗତ ଶନିବାର ମାଧ୍ୟାନ୍ନ ୧୨ ଘଣ୍ଟା ୧୫ ମିନିଟ ସମୟରେ ହିଞ୍ଜିଳିକାଟୁ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିବାଦ ସଭା ସଭାପତି କାଁହୁ ଚରଣ ସାହୁଙ୍କ ସଭାପତିତ୍ୱରେ ଥାନା ତୋଟା ସାହି ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଗତ ନଭେମ୍ବର ୨୦୨୨ ମସିହାରେ ବିଧାନସଭା ସମ୍ମୁଖରେ ଚାଲିଥିବା ଆନ୍ଦୋଳନ ଫଳରେ ସରକାରଙ୍କ ତରଫରୁ ମୁଖ୍ୟ ଶାସନସଚିବ ଲିଖତ ଭାବରେ ଦେଇଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ଦୀର୍ଘ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପ୍ରକାର ଦାବି ପୂରଣ କରିନାହାନ୍ତି I ଯାହାଦ୍ୱାରା ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ଷୋବ ପ୍ରକାଶ କରିବା ସହିତ ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ଶିକ୍ଷକ ସଂଘର ଦାବି ପୁରଣ ନ ହେଲେ ପୁନର୍ବାର ଆନ୍ଦୋଳନକୁ ଓଲ୍ହାଇବା ବୋଲି ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି I ଏ ଦିଗରେ ହିଞ୍ଜିଳିକାଟୁ ବ୍ଲକ୍ରର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ପୁର୍ଣ ସମର୍ଥନ କରିବ I ଏହି ବୈଠକରେ ସମ୍ପାଦକ ପି. ଶିଶିର କୁମାର, ଉପସଭାପତି ଅବନୀ ଦାସ, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ପାତ୍ର , ମିଡ଼ିଆ ସଂଯୋଜକ ଗୋପାଳକୃଷ୍ଣ ସ୍ୱାଇଁ ଓ ରଘୁନାଥ ସାହୁ ଏବଂ ଜିଲ୍ଲା ସମ୍ପାଦକ ଜି.ତ୍ରିପାତି ତଥା ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I

Comments